ପୁଲିସ ଏସ୍‍ଆଇ ଦୁର୍ନୀତି: ମାଷ୍ଟର ମାଇଣ୍ଡରେ ଜଣେ ମହିଳା

ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜି ବଡ଼ ଖୁଲାସା କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ଘଟଣାରେ ମୋଷ୍ଟ ୱାଣ୍ଟେଡ ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି। ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଛି। ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ। ପୂର୍ବରୁ ୧୧୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏହି ୪ଜଣଙ୍କୁ ମିଶାଇ ମୋଟ ୧୨୧ଜଣ ଗିରଫ ହୋଇଥିବା କ୍ରାଇମବ୍ରାଞ୍ଜ ଡିଜି ବିଜୟତୋଷ ମିଶ୍ର ସୂଚନା ଦେଇଛନ୍ତି ।

ଡିଜି କହିଛନ୍ତି ଯେ ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । କାହା ପାଖଷର କିଛି ସୂଚନା ଥିଲେ ଜଣାଇବାକୁ ଅପିଲ୍‍ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହାସହିତ ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital