ପୁଲୱାମା ଆକ୍ରମଣ:୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ।

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା ।

ଘଟଣାଟି ଥିଲା କିଛି ଏହିପରି… ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିଲେ ରଖାଯାଇଥିଲା ୩ଶହ କିଲୋର ବିସ୍ପୋଟକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିରେ କାରକୁ ମାଡ କରିଥିଲେ ଆତଙ୍କବାଦୀ । ଆଖି ପୁଛୁଳାକେ ବିସ୍ଫୋରଣ ଘଟିଗଲା… ଚାରିଆଡେ ଧୂଆର କଳା ବାଦଲ ଖେଳିଗଲା । ଶବ୍ଦ ଏତେ ତୀବ୍ର ଥିଲାଯେ, ଲାଗିଲା ସତେକି ଭୁମିକମ୍ପ ହେଉଛି । ଆଉ ଯେତେବେଳେ କଳା ବାଦଲ ହଟିଲା ସେତେବେଳକୁ ଭାରତୀୟ ବୀର ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ବିଛାଡି ହୋଇ ପଡିଥିଲା । ଭାରତ ମାତାର ୪୪ ଯବାନ ସହିଦ୍ ହୋଇଯାଇଥିଲେ । ଏବେ ୬ ବର୍ଷ ପରେ ମଧ୍ୟ ସେହି ଘଟଣାର କଥା ଉଠିଲେ ମନ ସ୍ତବ୍ଧ ହୋଇଯାଏ। ବୁଧବାର ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିବା ଅବସରରେ ସାରା ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସ୍ମୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନେ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital