ପୂଜକଙ୍କୁ ପାଉଣା ମିଳିଲାନି ବୋଲି ରଥରେ ଅଛନ୍ତି ତିନି ଠାକୁର ।

ପୂଜକଙ୍କୁ ପାଉଣା ମିଳିଲାନି ବୋଲି ଜଗତର ନାଥ ଜଗନ୍ନାଥ ବଡ଼ଠାକୁର ବାହୁଡ଼ା ପରଠାରୁ ସେମିତି ରଥରେ ରହିଛନ୍ତି। ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ିରେ।ବାହୁଡ଼ା ଯାତ୍ରାକୁ ବହୁ ଦିନ ବିତିଯାଇଥିବଲେ ମଧ୍ୟ ତିନି ଠାକୁରଙ୍କୁ ନିଳାଦ୍ରୀବିଜେ ହୋଇପାରି ନାହିଁ । ମନ୍ଦିର ଖାଁ ଖାଁ ପଡିଛି, ଖୋର୍ଦ୍ଧା ଜିଲା ମଙ୍ଗଳାଯୋଡିରେ ରଥାରୁଢ ତିନି ଠାକୁରଙ୍କୁ ନେଇ ଚର୍ଚ୍ଚା ହେଉଛି । ଅତୀତରେ ମଙ୍ଗଳାଯୋଡ଼ିରେ ରଥଯାତ୍ରା ଧୁମ ଧାମରେ ପାଳିତ ହେଉଥିଲା। ରଥ ଟାଣିବାକୁ ଭକ୍ତଙ୍କ ଭିଡ଼ ବି ଲାଗୁଥିଲା। କିଛି ବର୍ଷ ହେଲା କୌଣସି କାରଣକୁ ନେଇ ଘୋଷଯାତ୍ରା ବନ୍ଦ ହୋଇ ଯାଇଥିଲା । ଚଳିତ ବର୍ଷ କିଛି ଭକ୍ତଙ୍କ ଆଗ୍ରହରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ହେଲେ ପୂଜକଙ୍କ ପାଉଣା ପାଇଁ ରଥରୁ ଓହ୍ଲାଇ ପାରୁନାହାନ୍ତି ଜଗତର ନାଥ ଜଗନ୍ନାଥ।

ପୂଜକ ୮ ହଜାର ଟଙ୍କା ଦାବି କରିଥିଲେ। ଯୁବକମାନେ ଚାନ୍ଦା କରି ପୂଜକଙ୍କୁ ଦୁଇହଜାର ଟଙ୍କା ଦେଇଥିଲେ। ଏହାକୁ ନେଇ ବିବାଦ ଘନୀଭୂତ ହୋଇଥିଲା। ପୂଜକ ନିଜ ଜିଦରେ ଅଟଳ ରହିବା ସହିତ ଠାକୁରଙ୍କୁ ମନ୍ଦିର ବାହାରେ ଛାଡ଼ି ଦେଇଛନ୍ତି। ଗ୍ରାମର ପୂର୍ବତନ ୱାର୍ଡସଭ୍ୟ ବିକାଶ ପଟ୍ଟନାୟକଙ୍କ କହିବା କଥା ହେଲା, ଗ୍ରାମରେ କୌଣସି କମିଟି ନାହିଁ। ମନ୍ଦିର ବି ଦେବୋତ୍ତର ବିଭାଗ ଅଧୀନରେ ନାହିଁ। ପ୍ରାୟ ୭/୮ ବର୍ଷ ହେବ ରଥଯାତ୍ରା ବନ୍ଦ ରହିଥିଲା। ଗ୍ରାମର କିଛି ଉତ୍ସାହୀ ଯୁବକ ଚଳିତ ବର୍ଷ ପୂଜକଙ୍କୁ କୁହାବୋଲା କରି ରଥଯାତ୍ରାର ଆୟୋଜନ କରିଥିଲେ। କିନ୍ତୁ ତାଙ୍କ ଅଭାବ ରୁ ଆଜି ଯାଏଁ ରଥରେ ଚତୁର୍ଦ୍ଧାମୂର୍ତି ରହିଛ଼ନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ