ପାଖେଇ ଆସୁଛି ପାର୍ବଣ ପୂଜା । ଧରାବତରଣ କରିବେ ଦଶଭୁଜା । ମହିଳାଙ୍କ ସୁରକ୍ଷା ନେଇ ବଢିଲା ପୋଲିସର ଚିନ୍ତା । ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ପରାମର୍ଶ ଦେଇଛନ୍ତି । ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ପୋଲିସ ଜିଲ୍ଲା ଏସ୍ପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଭୁବନେଶ୍ବର ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସହର । ଏଭଳି ସବୁ ସହରରେ ମହିଳା କିଭଳି ସୁରକ୍ଷିତ ମଣିବେ ସେ ନେଇ ପୋଲିସ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।
