ପୂଜା ପାଇଁ ଆସୁଥିଲା ୩୫ ହଜାର ଟଙ୍କାର ଫୁଲ

ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୂପେ ପୂଜାର୍ଚ୍ଚନା ଘଟଣା । ମିଳିଲା ଡାଏରୀ । ଏଥିରେ ରହିଛି କୁନି ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ । କେତେବେଳେ ଉଠିବେ, କେତେ ବେଳେ ଶୋଇବେ, କେତେ ବେଳେ ଖାଇବେ ଆଉ କେତେ ବେଳେ ଲୋକଙ୍କ ଠକିବେ ସବୁକିଛି ସମୟ ଅନୁସାରେ ଉଲ୍ଲେଖ ରହିଛି । ତେବେ ଡାଏରୀରେ ଆତ୍ମଘୋଷିତ ବାବାଙ୍କ ପୂଜା ପାଇଁ କେତେ କ’ଣ ଖର୍ଚ୍ଚ ହେବ ତାହା ମଧ୍ୟ ଉଲ୍ଲେଖ ରହିଛି । ଜଣେ ଭକ୍ତଙ୍କୁ ବାବାଙ୍କ ପୂଜା ପାଇଁ ଯେଉଁ ଲିଷ୍ଟ ଦିଆଯାଇଛି ସେଥିରେ କେବଳ ଫୁଲ ଖର୍ଚ୍ଚ ୩୫ ହଜାର ଟଙ୍କା ରହିଛି । ଏଥିରେ ପଳାସ ଫୁଲ ପାଇଁ ୨୩ ହଜାର ୪ ଶହ ସହ ୫ ଶହ ଟଙ୍କା ଆଟୋ ଖର୍ଚ୍ଚ । ହଜାରେ ଟଙ୍କିଆ କାର୍ପେଟ, ୨୫ ଶହ ଟଙ୍କାର ଅନ୍ୟ ଫୁଲ ।

ଗାଡି ବାବାଦକୁ ୫ ଶହ ଟଙ୍କା ଉଲ୍ଲେଖ ରହିଛି । ଅନ୍ୟପଟେ ବର୍ଷେ କି ଦୁଇ ବର୍ଷ ନୁହେଁ ସରକାରୀ ଜମିରେ ଦୁଇ ଦଶନ୍ଧୀ ଧରି ଛିଡା ହୋଇଛି ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ମାପଚୁପ ସରିଛି, ସରକାରୀ ଜମିକୁ ଜବରଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିବା ସ୍ପଷ୍ଟ କରିଛି ଜିଏ ବିଭାଗ। ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ବି ଖବର ପହଞ୍ଚିଛି। ଆଉ ବିଭାଗ ଅନୁଧ୍ୟାନ କରୁଥିବା ମନ୍ତ୍ରୀ କହିଛନ୍ତି। ତେବେ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ନିର୍ଦ୍ଦେଶ ମିଳିବା ପରେ ଆଶ୍ରମରେ ପଶିବ ବୁଲଡୋଜର ।

ଅଧିକ ପଢନ୍ତୁ