ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ। ୧୨ଟି ରୁଟ୍ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଦିନ ୪ଟାରୁ ରାତି ୨ଟା ଯାଏ ଭାରି ଯାନ ଚଳାଚଳ କରି ପାରିବନି। ଖଣ୍ଡଗିରି ଛକରୁ ଜାଗମରା ଛକ ସଂଲଗ୍ନ ରାସ୍ତା, ଫାୟାର ଷ୍ଟେସନରୁ ଗଙ୍ଗନଗର ସହ ସଂଲଗ୍ନ ରାସ୍ତା, ସିଆରପି ଛକରୁ ପାଓ୍ଵାର ହାଉସ୍ ଛକ ସହ ସଂଲଗ୍ନ ରାସ୍ତା, ଜୟଦେବ ବିହାରରୁ ରାଜଭବନ ରାସ୍ତା, ଆଚାର୍ଯ୍ୟ ବିହାର-ଏଜି ଛକ-ଏୟାରପୋର୍ଟ ଛକ ରାସ୍ତା, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା, ବାଣୀବିହାରରୁ ଶିଶୁ ଭବନ ସହ ସଂଲଗ୍ନ ରାସ୍ତା, ରସୁଲଗଡ଼-କଳ୍ପନା ଛକ- ସାମନ୍ତରାପୁର ଛକ, ବରମୁଣ୍ଡାରୁ ପଳାସୁଣି ସର୍ଭିସ ରୋଡ୍ରେ ଭାରିଯାନ ଚଳାଚଳ ମନା। କଟକରେ ବି ବିଭିନ୍ ରାସ୍ତା ପାଇଁ ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି।
ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ଏହା ସହିତ ଅକ୍ଟୋବର ୧୪ ତାରିଖରେ ଭସାଣି ପାଇଁ ମଧ୍ୟ ରାଜଧାନୀରେ କଟକଣା ଲଗାଯାଇଛି। ଦିନ ୩ଟାରୁ ରାତି ୧ଟା ଯାଏ ବାଣୀବିହାରରୁ ରୁପାଲୀ ଗାଡ଼ି ଆସି ପାରିବନି। ସିଆରପି ଛକରୁ ପଳାଶୁଣି ଗାଡ଼ି ଚଳାଚଳ ବନ୍ଦ ରହିବ। ସିଆରପିରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାତାୟତ କରି ପାରିବେ। ସିଆରପି ୟୁନିଟ୍-୮ ରାସ୍ତା ଦେଇ ଭିତରକୁ ଯିବେ।