ରାୟଗଡ଼ା,୨୩/୧୦(ନିପ୍ର)– ପୂଜା ମଣ୍ଡପରେ ମାଁ କାଳୀ,
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉତ୍ସବମୁଖର ରାୟଗଡ଼ା ସହର ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ୪୩ତମ ଦକ୍ଷିଣ କାଳୀ ଦଶ ମହାବିଦ୍ୟା ପୂଜା ଉତ୍ସବ ଉପଲକ୍ଷେ ରାୟଗଡା ସହର ଉତ୍ସବ ମୁଖର ହୋଇପଡିଛି । ସହର ସ୍ଥିତ ବ୍ଲକ କଲୋନୀ ଠାରେ ଥିବା ମାଙ୍କ ସ୍ଥାୟୀ ମନ୍ଦିରରେ ରୀତିନୀତି ତଥା ବିଧିବଦ୍ଧ ଅନୁଯାୟୀ ପୂଜାକାର୍ଯ୍ୟ ଦୀପାବଳୀ ତିଥିରେ ସୋମବାର ଶୁଭାରମ୍ଭ ହୋଇଛି । ବିଲ୍ୱବରଣ ଓ କଳସ ଆବାହନ ପରେ ରାତି ପ୍ରାୟ ୧୧.୧୫ରେ କାଳୀଙ୍କ ମୂର୍ତ୍ତିର ମୁଖ ଖୋଲା ଯାଇଥିଲା। ନିଶାବ୍ଧରେ ପ୍ରାଣ ପ୍ରତିଷ୍ଠା ହେବା ସହ ନିଶିପୂଜା, ଷୋଡଶ ଉପଚାର ପୂଜା ଓ ହୋମ ହୋଇଥିଲା । ଏହି ପୂଜା କାର୍ଯ୍ୟକ୍ରମରେ କାଳୀଙ୍କ ଦଶ ମଅହବିଦ୍ୟାରେ ପୂଜା କରାଯିବ। ମଙ୍ଗଳବାର ଦିନ ଗୁରୁତାରା ବେଶରେ ପୂଜା ପାଉଛନ୍ତି । ଏହାପରେ ଆଗାମୀ ଦିନମାନଙ୍କରେ ତ୍ରିପୁରା ସୁନ୍ଦରୀ, ଭୂବନେଶ୍ୱରୀ ପୂଜା, ତ୍ରିପୁରା ଭୈରବୀ, ଛିନ୍ନମସ୍ତା, ଧୁମାବତୀ, ବଗଳାମୁଖୀ, ମାତଙ୍ଗିନୀ ପୂଜା, କମଳାତ୍ମିକା ଏବଂ ଅନ୍ତିମ ଦିନରେ ବାଲ୍ୟ କୁମାରୀ ରୂପରେ ପୂଜାର୍ଚ୍ଚନା କରାଯିବ। ୧୧ ଦିନ ଧରି ହେବାକୁ ଥିବା କାଳୀ ପୂଜା ମହୋତ୍ସବ ଉପଲକ୍ଷେ ଭକ୍ତ ମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ରାୟଗଡା ପୋଲିସ ପକ୍ଷରୁ ଫୋର୍ସ ନିୟୋଜନ କରାଯାଇଛି । ଏଥି ସହ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖିବା ନିମନ୍ତେ ସିସି ଟିଭି କ୍ୟାମରେ ମଣ୍ଡପ ଚତୁଃପାଶ୍ୱର୍ରେ ଲଗାଯାଇଛି । ସୁନ୍ଦର ମେଢ ସହ ସୁସଜ୍ଜିତ ଆଲୋକମାଳରେ ମନ୍ଦିର ଚାରି ପାଖରେ ସଜ୍ଜିତ କରାଯାଇଛି । ଚଳିତ ବର୍ଷ ମନୋରଂଜନ ନିମନ୍ତେ ପୂଜା କମିଟି ତରଫରୁ ତେଜସ୍ୱ ହୋଟେଲ ସମ୍ମୁଖରେ ଥିବା ପଡିଆରେ ମୀନାବଜାର ଆୟୋଜନ କରାଯାଇଛି । ପୂଜା କମିଟିର ସଭାପତି ଦିଲ୍ଲିପ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାଶ, ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ସଂପାଦକ ସଂଗ୍ରାମ ପଟ୍ଟନାୟକ, ସଂଗଠନ ସଂପାଦକ ଜଗନ୍ନାଥ ପ୍ରସାଦ ରାଇଗୁରୁ, ପ୍ରସନ୍ନ କୁମାର ରାଓ, କୋଷାଧ୍ୟକ୍ଷ ଗୌରୀ ପଟ୍ଟନାୟକ, ସଭ୍ୟ ନରସିଂହ ମିଶ୍ର, ନିଳମାଧବ ପାଢୀଙ୍କ ସହ ସମସ୍ତ ସଭ୍ୟ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
