ପୂଜା ମେଲୋଡିରେ  ଅଶ୍ଲୀଳ ନୃତ୍ୟକୁ ନା – BMC

ଦୁର୍ଗାପୂଜା ପାଇଁ BMCର ପ୍ରସ୍ତୁତି । ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଏମସି କମିଶନର,ମେୟର, ୱାର୍ଡରକର୍ପୋରେଟର,ପୋଲିସ, ୱାଟକୋ, ଫାୟାର, ସବୁ ବିଭାଗର ଅଧିକାରୀ ସାମିଲ ଥିଲେ। ବୈଠକରେ ପୂଜାକୁ ନେଇ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପୂଜା ମେଲୋଡିରେ ଏଥର ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି। ତେବେ ପାର୍କିଙ୍ଗ ନଥିଲେ ପଡିପାରିବନି ମୀନା ବଜାର । ମିଳିବନି ରାବଣ ପୋଡିପାଇଁ ଅନୁମତି । ମୁଖ୍ୟରାସ୍ତାରେ ଲାଗିପାରିବନି ତୋରଣ । ପ୍ଲାଷ୍ଟିକ ମୁକ୍ତ ହେବ ପୂଜା । ପୂଜା କମିଟି ଭସାଣି ସ୍ଥାନରେ ଖୋଲିବେ କଣ୍ଟ୍ରୋଲ ରୁମ । ପେଣ୍ଡାଲ ନିକଟରୁ ହଟାଯିବ ବୁଲାକୁକୁର । ବୈଠକ ପରେ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି।

ଏମିତି କି ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଦେଲେ ଡେଡଲାଇନ। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ୟ ଟଙ୍କା।

ଅଧିକ ପଢନ୍ତୁ