ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ।
୧.ଟ୍ରେନ୍ ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍:
ଭଞ୍ଜପୁରରୁ ଏହାକୁ ୧୩ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିପରି ପୁରୀରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି।
୨.ଟ୍ରେନ୍ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସ୍ପେଶାଲ୍:ଶାଲିମାରରୁ ଏହାକୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିପରି ପୁରୀରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି।ଏହିି ଚଳାଚଳକୁ ଧ୍ୟାନ ଦେବାକୁ ଯାତ୍ରୀମାନଙ୍କୁ ECoR ଦ୍ୱାରା ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ସେହି ଅନୁସାରେ ସେମାନଙ୍କର ଯାତ୍ରା ପ୍ଲାନ୍ କରିବାକୁ ପରାମର୍ଶ ଦିଆଯାଇଛି।