ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ।

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ। ଦିଲ୍ଲୀରେ ୧୯୮୪ରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ। ତେବେ ଦଣ୍ଡାଦେଶ ପୂର୍ବରୁ ସଜ୍ଜନ କୁମାର ଦଣ୍ଡ କୋହଳ କରିବା ପାଇଁ ଅପିଲ୍ କରିଥିଲେ । ସେ ଦଲିଲରେ କହିଥିଲେ ଏହି ମାମଲାରେ ମୋତେ ଫାଶୀ ଦଣ୍ଡାଦେଶ ଶୁଣାଇବାର କୌଣସି ଆଧାର ନାହିଁ ।

ସେ ଆହୁରି କହିଥିଲେ, ମୁଁ ୮୦ ବର୍ଷର ହୋଇଛି । ବଢୁଥିବା ବୟସ ସହିତ ଅନେକ ରୋଗ ସମସ୍ୟା ମଧ୍ୟ ରହିଛି । ୨୦୧୮ରୁ ଜେଲରେ ବନ୍ଦ ରହିଛି । ସେବେଠାରୁ ମୋତେ କୌଣସି ପାରୋଲ ମିଳିନାହିଁ । ଶିଖ୍ ସମ୍ପ୍ରଦାୟର କିଛି ସଦସ୍ୟ ସଜ୍ଜନ କୁମାରଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଗତ ଫେବୃଆରୀ ୧୨ରେ ରାଉସ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।ଏହି ମାମଲା ୧୯୮୪ ମସିହା ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ୱତୀ ବିହାର ଅଞ୍ଚଳରେ ଦୁଇ ଶିଖ୍ ନାଗରିକ ଜସୱନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ସହ ଜଡ଼ିତ। ଏହି ସମୟରେ ଶିଖ୍‌ମାନଙ୍କ ନରସଂହାର ହୋଇଥିଲା ଏବଂ ସେମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା।

ଅଧିକ ପଢନ୍ତୁ