ଶେଷ ହେଲା ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି । ତେବେ ପିସିସି ସଭାପତି ହେବା ପରେଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ।ମା’ ମାନଙ୍କ ଆଶୀର୍ବାଦ ରହିଛି ।
ଗାନ୍ଧୀ ପରିବାର ମୋତେ ପୂର୍ବରୁ ବହୁ ଦାଇତ୍ୱ ଦେଇଛନ୍ତି । ତାହା ମୁ ନିର୍ବାହ କରି ଆସ୍ଥା ଭାଜନ ହୋଇଛି ବୋଲି କହିଛନ୍ତି PCC ସଭାପତି ଭକ୍ତ ଚରଣ ଦାସ ।ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ହାଇକମାଣ୍ଡ । ଏହାପରେ ପିସିସି ସଭାପତି ପଦରୁ ହଟିଥିଲେ ଶରତ ପଟ୍ଟନାୟକ । ଏହାପରେ ଦୀର୍ଘ ଦିନ ବିତିଯାଇଥିଲେ ବି, କଂଗ୍ରେସ ନିଜର ମୁଖିଆ ବାଛିପାରିନଥିଲା । ଖାସ୍ କରି କିଏ କଂଗ୍ରେସର ନୂଆ ଓଡ଼ିଶା ମୁଖିଆ ହେବ, ତାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସର ହାଇକମାଣ୍ଡ ।