ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ଆରଏମଏଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ମିଳିଛି । ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ମଲିକ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। ଏହା ସହ ସେ ୨୦୧୯ ପୁଲଓ୍ଵାମା ଆକ୍ରମଣ ସମୟରେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟି ନେଇ ଗମ୍ଭୀର ଅଭିଯୋଗ ଉଠାଇଥିଲେ। ତେବେ ମଲ୍ଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀରେ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା । ମଲ୍ଲିକଙ୍କୁ ମେ ୧୧ ତାରିଖରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital