ସରଗରମ ହେବାରେ ଲାଗିଛି ଲୋକସଭା ସିଟର ପରିସୀମନ ପ୍ରସଙ୍ଗ । ଦକ୍ଷିଣରୁ ଆରମ୍ଭ ହୋଇଥିବା ସ୍ବର ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ବିଭିନ୍ନ ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଡିଏମକେ ନେତା । ପରିସୀମନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧକୁ ଜୋରଦାର କରିବାକୁ ଡିଏମକେ ରଣନୀତି କରୁଛି । ଡିଏମକେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ମଙ୍ଗଳବାର ନବୀନ ନିବାସରେ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପକ୍ଷରୁ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ବତନ୍ତ୍ର ବୈଠକରେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୨୬ ତାରିଖରେ ଚେନ୍ନଇରେ ଏହି ସ୍ବତନ୍ତ୍ର ବୈଠକ ବସିବ। ଏହି ଅବସରରେ ବୈଠକ ପ୍ରତି ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି। ନବୀନ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଦୟାନିଧି ମାରନ।ଡି-ଲିମିଟେଶନରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭, ୮ ରାଜ୍ୟ ଏହି ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି। ଏନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଭେଟିଛନ୍ତି, ଡି ଏମ୍ କେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡୁ ଆଇଟି ମନ୍ତ୍ରୀ । ୨୦୨୬ ମସିହାରେ ଡି-ଲିମିଟେଶନ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତା ର ସହ କରୁନଥିବା ଅଭିଯୋଗ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ଏନେଇ ଆସନ୍ତା ୨୬ ତାରିଖରେ ଏକ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳକୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ।
