ପୂର୍ବତନ ସାଂସଦ ପିନାକୀଙ୍କ ନାଁରେ ସାଂଘାତିକ ଅଭିଯୋଗ

ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଏହା ସହ ସଂଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି । ଏମିତି କି ଦେଶରେ କେତୋଟି ନ୍ୟୁକ୍ଲିୟର ବୁଡ଼ା ଜାହାଜ ଆକ୍ଟିଭ ଅଛି, INS ଅରିହନ୍ତ ଓ INS ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ରହିଛି ।ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି। ଗୋଟିଏ ଜାତୀୟ ସୁରକ୍ଷା ସଂପର୍କିତ ହୋଇଥିବା ବେଳେ ଅନ୍ୟଟି କର୍ପୋରେଟ କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ନେଇ ଅଭିଯୋଗ ହୋଇଛି। ତେବେ ଦୁଇଟି ଯାକ ଅଭିଯୋଗ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ