ପୃଥ୍ୱୀ-II ଓ ଅଗ୍ନି-I ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍‌ରେ କଲାମ ଦୀପର ୪ ନଂ ଲଞ୍ଚ ପ୍ୟାଡ୍‌ରୁ ଅଗ୍ନୀ-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଏହାର ପାଖାପାଖି ଅଢ଼େଇ ଘଣ୍ଟା ଅର୍ଥାତ ରାତି ୮.୩୫ ମିନିଟ୍‌ରେ ଚାନ୍ଦିପୁର ଆଇଟିଆରର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ପୃଥ୍ୱୀ-୨କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଷ୍ଟାଟେର୍ଜିକ ଫୋର୍ସ କମାଣ୍ଡ(ଏସ୍‌ଏଫସି) ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପ୍ରାଥମିକ ବ୍ୟବହାର ସାଧାରଣତଃ ଭାରତୀୟ ବାୟୁ ସେନାରେ କରାଯାଏ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ।

ଏହା ଭୂପୃଷ୍ଠରୁ ଭୂପୃଷ୍ଠ ମଧ୍ୟରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଆକ୍ରମଣ କରିପାରେ । ଏହାର ଲକ୍ଷ୍ୟ ଭେଦ କ୍ଷମତା ୩୫୦ କି.ମି ଥିବାବେଳେ ଏହା ୧ ଟନର ମାରକଦ୍ରବ୍ୟ ବହନ କରିପାରିବ । ଏହି କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବା କ୍ଷମତା ରଖିଛି । ସେହିଭଳି ମଧ୍ୟମ ଦୂରଗାମୀ ବିଶିଷ୍ଟ ଅଗ୍ନି-୧ ବାଲାଷ୍ଟିକ କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦୦ରୁ ୯୦୦ କି.ମି ରହିଛି । ଏକ ଇଞ୍ଜିନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ୧୦୦୦ କିଗ୍ରାର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଅଗ୍ନି-୧ର ଏହି ଉନ୍ନତ ସଂସ୍କରଣ କ୍ଷେପଣାସ୍ତ୍ରଟି ନିର୍ଭୁଲ ଲକ୍ଷ୍ୟ ଭେଦ କ୍ଷମତା ରଖିଛି ।

ଅଧିକ ପଢନ୍ତୁ

kc ads