ରାଜ୍ୟରେ ପ୍ରଚୁର ମହଜୁଦ୍ ଅଛି ପେଟ୍ରୋଲ ଓ ଡିଜେଲ । ଆବଶ୍ୟକ ପରିମାଣରେ LPG ସିଲିଣ୍ଡର ବି ମହଜୁଦ ଅଛି । ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଓଡ଼ିଶାରେ ଯେତିକି ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା ରହିଛି, ତାହା ଅଛି । କୌଣସି ଆଉଟଲେଟରେ ସମସ୍ୟା ନହେବା ପାଇଁ ଆମେ ଚେଷ୍ଟା କରୁଛୁ । ଏହାକୁ ତଦାରଖ କରାଯାଉଛି । ଆମ ପାଖରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି । ସେଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଆଶ୍ୱାସନା ଦେଇଛି କର୍ପୋରେସନ । ଡୋମେଷ୍ଟିକ LPG ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ରହିଛି । ସ୍ୱାଭାବିକ ଭାବେ ଏହା ବିତରଣ କରାଯାଉଛି । କିଛି ଦିନ ପୂର୍ବରୁ ବୁକିଂରେ ସମସ୍ୟା ହେଉଥିଲା, ତାହା ଏବେ ସମାଧାନ ହୋଇଛି । ମୋଟ ୭୦ ପ୍ରତିଶତ କମର୍ସିଆଲ ଗ୍ୟାସ ଟାଙ୍କି ପ୍ରଦାନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଆହର କେନ୍ଦ୍ର ଓ ଜରୁରୀକାଳୀନ ସ୍ଥାନରେ କମର୍ସିଆଲ ଗ୍ୟାସ ଟ୍ୟଙ୍କି ପ୍ରଦାନ କରାଯାଉଛି । ବଳକା ୨୦ ପ୍ରତିଶତ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ଆଦିକୁ ସପ୍ଲାଏ କରାଯାଉଛି ।
