୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ । ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ । ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ । ପେଟ୍ରୋଲ ପମ୍ପରେ ବି ମିଳିପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । କେବଳ ଆଇଡେଣ୍ଟି କାର୍ଡ ଦେଖାଇ ଏହାକୁ ନେଇପାରିବେ । ୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ । ରିଫିଲ ପାଇଁ ୫୯୩ ଟଙ୍କା ଦେବାକୁ ପଡ଼ିବ । କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲ କରାଯିବ । ବାହାର ସିଲିଣ୍ଡର ଫିଲ ହୋଇପାରିନି । ଆଇଓସିଏଲ, ଏଚ ପିସିଏଲ, ବିପିସିଏଲ ହିଁ ଗ୍ୟାସ ନେଇପାରିବେ । ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ ।
