ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି | ଏବେ ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ପୂର୍ବରୁ ୫ କେଜିଆ ଗ୍ୟାସ୍କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପ୍ରେ ଗ୍ୟାସ୍ ଉପଲବ୍ଧ ହେଲାଣି । ଏହାସହିତ ଷ୍ଟେସନରେ ଗ୍ୟାସ୍ ମିଳିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ୍ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ ନିଜର ପରିଚୟ ପତ୍ର ଦେଖାଇଲେ ୫ କେଜିଆ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ୧୫୭୪ ଟଙ୍କା ଦେବାକୁ ପଡ଼ିବ ।
