ରାୟଗଡ଼ା ତା ୨୮/୦୨ (ନୀପ୍ର) ରାୟଗଡ଼ା ଜିଲ୍ଲା ସଦର ବ୍ଲକ ପେଣ୍ଟା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପଦର୍ଶନି ମେଳା ଉଦ୍ଘାଟିତ ହୋଇଯାଇଛି। ପେଣ୍ଟା ସରକାରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ପଦର୍ଶନି ମେଳାଟି ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ଭିତ୍ତିକ ବିଭିନ୍ନ ପ୍ରକଳ୍ପ ପଦର୍ଶିତ କରିଥିଲେ । ଏହି ପ୍ରତିଯୋଗିତାରେ ସେ ମୋଟ ୪୦ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିବା ବେଳେ ସେଥିରୁ ବିଜ୍ଞାନ ଭିତ୍ତିକ ୨୦ ଟି ଓ ଗଣିତ ଭିତ୍ତିକ ୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଉତ୍ସବରେ ମୋଟ ୪୦ ଜଣ ଛାତ୍ରୀ ଛାତ୍ରୀ ଏଥିରେ ଭାଗ ନେଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ବେହେରା, କୋଲନରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମିଶ୍ର, ବିଜୟ କୁମାର ନାୟକ ପ୍ରମୁଖ ପ୍ରକଳ୍ପ ଗୁଡିକ ବୁଲି ଦେଖୁଥିଲେ। ୫୫ଟି ପ୍ରକଳ୍ପ ମଧ୍ୟରୁ ୫ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ଓ ଗଣିତ ପଦର୍ଶନି ମେଳା ନିମନ୍ତେ ମନୋନୀତ ହୋଇଛନ୍ତି I ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ତୁଷାର କୁମାର ଛୁରା, ଅଶୋକ କୁମାର ମା, ଶ୍ରନିବାସ ପଟ୍ଟନାୟକ ପ୍ରକଳ୍ପ ଗୁଡ଼ିକ ନିରୀକ୍ଷଣ କରିଥିବା ବେଳେ ସହକାରୀ ଶିକ୍ଷକ ସୁରେଶ ପଟ୍ଟନାୟକ , ବିଜୟ ରାଉତ ଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରି ସୁରୁଖୁରୁରେ ପରିଚାଳନା କରିଥିଲେ।
