ପୋଖରୀ ଭିତରୁ ଆସୁଛି ବିକଟାଳ ଶବ୍ଦ । ଲୋକେ ଭୟଭୀତ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁରି ଗ୍ରାମରେ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ରାମର ପୋଖରୀ ଭିତରୁ ବାହାରୁଛି ଅଜବ ଶବ୍ଦ । ମେସିନ ଚାଲିବା ଶବ୍ଦ ସହ ଘୁ ଘୁ ଗର୍ଜନ ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ।ଯାହାକୁ ନେଇ ଗାଁ ଲୋକେ ଭୟଭୀତ । ଘଣ୍ଟାଏ କି ଦୁଇ ଘଣ୍ଟାଏ ନୁହେଁ, ରାତି ୧୨ଟାରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ।ପୋଖରୀରେ ପାଣି ବି କମ୍ ରହିଛି କେବଳ ଅନାବନା ଗଛ ରହିଛି । ହେଲେ ପୋଖରୀ ଭିତରୁ ଶୁଭୁଛି ଏହି ବିକଟାଳ ସ୍ୱର । କିଏ କହୁଛି ଭୂତ କିଏ କହୁଛି ପ୍ରେତ, ଆଉ କିଏ କହୁଛି ବଡ ଅଘଟଣ ଆସିବା ପୂର୍ବର ଏ ହେଉଛି ସଂକେତ । ଏ ଅଜଣା ଶବ୍ଦ ଶୁଣି ଏବେ ସ୍ଥାନୀୟ ଲୋକେ ପୁରା ଭୟଭିତ । ଏ ପ୍ରସଙ୍ଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କୁସଙ୍ଗ ପଞ୍ଚାୟତର ସଙ୍କୁରୀ ଗ୍ରାମ ସ୍ଥିତ ମୋହନ ସାହିର ପୋଖରୀ ମଧ୍ୟରୁ ବିଳମ୍ବିତ ରାତିରେ ଏକ ଅଜବ ଶବ୍ଦ ବାହାରୁଥିବା ଗ୍ରାମବାସୀ ଶୁଣିବାକୁ ପାଇଥିଲେ ।ଏହି ଶବ୍ଦ ପଛର କାରଣ କଣ ହୋଇପାରେ? ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା ।

ଅଧିକ ପଢନ୍ତୁ