ପୋଲିସକୁ ଦେଖି ପୋଖରୀକୁ ଡେଇଁଲା ଚୋର ଆଉ …

ପୁରୀ ସହରରେ ଅଠରନଳା ନିକଟରେ ଜଣେ ବ୍ୟକ୍ତି ଯାଉଥିବାବେଳେ ଟଙ୍କା ଛଡାଇ ନେଇଥିଲା ଚୋର । ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା । ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା ।

ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା । ପୋଲିସ କର୍ମଚାରୀ ମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା । ଅଭିଯୁକ୍ତ ଜଣକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଅଧିକ ପଢନ୍ତୁ