ରାୟଗଡା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି (BGN) ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ।ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ ଓ ପ୍ରଶିକ୍ଷଣ ପରେ ୨୦୧୪ରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ଏବଂ ୨୦୧୪ ମସିହାରେ ବାଂଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ଦାୟିତ୍ୱରେ ଥିଲା। ବିଜୟକୁ ଧରାଇ ଦେଲେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଠାରୁ ୯ଏମଏମ୍ ପିସ୍ତଲ, ୮ ରାଉଣ୍ଡ ଗୁଳି, ୱାକିଟକି ଓ ଘଣ୍ଟା ଜବତ କରାଯାଇଛି । ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡ଼ା ଗାଁରେ । ତେବେ ଦଳର ବରିଷ୍ଠ କ୍ୟାଡର ମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦ ଭାବ, ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।
