ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି ।
ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି । ତେବେ ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ। ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି କେନ୍ଦ୍ରୀୟ କମିଟି। ସଂଗଠନ ସୁଦୃଢ଼ କରିବାକୁ ବଡ଼ଧରଣର ଅଦଳବଦଳ ହୋଇଛି।