ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌: CBI ଅଫିସରେ ହାଜର ହୋଇ ନିଜ ପକ୍ଷ ରଖିବେ ପରୀକ୍ଷାର୍ଥୀ

ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ସମନ ପାଇଥିବା ୩ ଜଣ ଆଶାୟୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଜେରା ଚାଲିଥିବା ସୂଚନା ।

ଅଧିକ ପଢନ୍ତୁ