ପୋଲିସ କବଜାରେ ହାର୍ଡକୋର୍ ମାଓବାଦୀ ହିଡମା

ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ ।କୁଞ୍ଜମ ପାଖରୁ ଏକେ-୪୭ ସମେତ ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କେଜି ଗନ ପାଉଡର ଜବତ କରାଯାଇଛି । ଜବତ କରିଛି ପୋଲିସ ।କୁଞ୍ଜମ ହିଡ୍‌ମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଏହି ଘଟଣରେ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା।

ଅଧିକ ପଢନ୍ତୁ

kc ads