ଭୁବନେଶ୍ୱରରେ କମିଶନରେଟ୍ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଏହି ଚୋରି ଜଣେ ସାଧାରଣ ଲୋକଙ୍କ ଘରୁ ନୁହେଁ। ବରଂ ଚୋରି ହୋଇଛି, ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୋଲିସ ଏସ୍ଆଇଙ୍କ ଘରୁ।ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ପରେ ଘରର ଗଡ୍ରେଜ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ, ଦାମୀ ଘଣ୍ଟା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ତେବେ ବଡ଼କଥା ହେଲା ଚୋରି ହୋଇଥିବା ସ୍ଥଳ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଟ୍ରେଜେରି ଅଫିସ ରହିଛି। ରାଜଧାନୀରେ ହାଇପ୍ରୋଫାଇଲ୍ ଅଞ୍ଚଳ କୁହାଯାଉଥିବା ଏଭଳି ସ୍ଥାନରୁ ଦିନଦ୍ୱିପ୍ରହରେ ଚୋରି ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଁଚି ଖୋଳତାଡ଼ ଜାରି ରଖିଛି । ଲୁଟେରା ମାନେ କିଏ କେଉଁ ଅଞ୍ଚଳର ଖୋଳତାଡ଼ କରୁଛି ପୋଲିସ|