ପୋଲିସ SI ପରୀକ୍ଷା ସ୍କାମ୍‌; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍

ପୋଲିସ ଏସଆଇ କେଳେଙ୍କାରୀ ମମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ CBI । ଶଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ୧୬ଜଣଙ୍କ ନାଁ ଚାର୍ଜସିଟ୍ସ ଦାଖଲ ହୋଇଛି ।SI ପରୀକ୍ଷା ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ବାନ୍ଧିଛି ସିବିଆଇ । ଓଡ଼ିଶା ପୋଲିସ SI ପରୀକ୍ଷା ସ୍କାମ୍ ମାମଲାର ତଦନ୍ତ ଜାରି ରହିଛି ।ଅଭିଯୋଗ ଅନୁସାରେ, ସ୍ଵାମୀ, ସ୍ତ୍ରୀ ମିଶି ଗୁଜୁରାଟରେ କମ୍ପାନୀ ଖୋଲି କରୁଥିଲେ ଚାକିରି କେଳେଙ୍କାରୀ । ବିହାରରୁ ଗିରଫ ନୀତିଶ କୁମାରଙ୍କୁ ଜେରା କରିବା ପରେ ଗୁଜରାଟର ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କ ବିଷୟରେ ତଥ୍ୟ ପାଇଥିଲା CBI । ସେହି ତଥ୍ୟ ଆଧାରରେ ଗୁଜରାଟର ବରୋଦା ଅଞ୍ଚଳରୁ ସିବିଆଇ ନିତୁ ଆରୋରାଙ୍କୁ ଗିରଫ କରିଛି ।

ନିତୁ ଆରୋରାଙ୍କ ସ୍ୱାମୀଙ୍କ ନାଁରେ ରହିଛି ଉକ୍ତ କମ୍ପାନୀ । ସେଥିରେ ଅନେକ ଲୋକ ଚାକିରି କରିଥିବା ତଥ୍ୟ ପାଇଛି ସିବିଆଇ ।

ଅଧିକ ପଢନ୍ତୁ