ପ୍ରକଳ୍ପ ଉଦ୍ୟମି ଜରିଆରେ ସକାରାତ୍ମକ ପରିବର୍ତର୍ନ ଆଣିଛି ୟୁଏଆଇଏଲ୍‌

ରାୟଗଡ଼ (ନିପ୍ର) ୦୯/୧୨ – ପ୍ରକଳ୍ପ ଉଦ୍ୟମି ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଉତ୍ସାହିତ କରୁଛି ଉତ୍କଳ ଆଲୁମିନା । ଉତ୍କଳ ଆଲୁମିନା ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଚଂଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି । ଉତ୍କଳ ଆଲୁମିନା ସହଯୋଗରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ୱାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ବୃଦ୍ଧି ହୋଇଥିବା ବେଳେ ଉତ୍କଳ ଆଲୁମିନାର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଟିକିରି ତଥା ପର୍ଶ୍ୱସ୍ଥ ଗ୍ରାମାଚଂଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଂଟ ପ୍ରଭାବିତ ତଥା ପାର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ୧୦୫ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମ୍ପ୍ରତି ଗ୍ରାମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ତଥା ଏହାର ପରିଚାଳନା ପାଇଁ ଉଦ୍ୟୋଗୀ ମାନଙ୍କୁ ସମ୍ପୂର୍ଣ୍ଣ କୌଶଳ, ପ୍ରାରମ୍ଭିକ ପାଣ୍ଠି, ଆବଶ୍ୟକ ଯାନ୍ତ୍ରିକ ଉପକରଣ, ପ୍ରଶାସନିକ ସହାୟତା ସମେତ କଂଚାମାଲ୍ ଯୋଗାଉଛି ଉତ୍କଳ ଆଲୁମିନା । ଗତ ୨୦୨୧ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ଉତ୍କଳ ଆଲୁମିନା ଚତୃପାର୍ଶ୍ୱ ଗ୍ରାମାଚଂଳରେ ଶତାଧିକ ଉଦ୍ୟମୀ ମାନେ ନିଜର ଇଛାଶକ୍ତି ଏବଂ କମ୍ପାନୀର ପ୍ରତ୍ୟେକ୍ଷ ସହଯୋଗରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ବାସୁଦେବ ବିଶୋଇ ଏପରି ଜଣେ ସଫଳ ଉଦ୍ୟମି । ଟିକିରି ସହରାଚଂଳରେ ଛୋଟ ଦୋକାନରୁ ନିଜ ବ୍ୟବସାୟ ଆରମ୍ଭ କରି ପରବର୍ତୀ ପର୍ଯ୍ୟାୟରେ ସେ ଫ୍ଲେକ୍ସ ଓ ଷ୍ଟୁଡିଓ ବ୍ୟବସାୟ କରି ଭଲ ଲାଭବାନ ହୋଇଛନ୍ତି । ଏହି ଉଦ୍ୟମି ପ୍ରକଳ୍ପ ଦ୍ୱାରା ମୋଟ ୩୦୧ ଟି କ୍ଷୁଦ୍ର ଶିଳ୍ପ ତଥା ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ପରୋକ୍ଷ ଭାବେ ୨୪୮ଜଣ ବ୍ୟକ୍ତିବିଶଷଙ୍କୁ ରୋଜଗାର ମିଳିଛି। ଏହାଦ୍ୱାରା ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ୩୭ଜଣ ବ୍ୟକ୍ତିଙ୍କୁ ନିଜ ଗ୍ରାମରେ ରହି ରୋଜଗାର କରିବା ପାଇଁ ସୁଯୋଗ ପ୍ରଦାନ କରିଛି । ସେବା କ୍ଷେତ୍ରରେ ୧୩୪ ଗୋଟି ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ସ୍ଥଳେ ଉତ୍ପାଦନ କ୍ଷେତ୍ରରେ ୭୦ ଟି ଓ ବ୍ୟବସାୟ ଭିତିିକ ଶିଳ୍ପରେ ୯୭ ଗୋଟି ଉଦ୍ୟୋଗ କାର୍ଯ୍ୟକାରୀ ହୋଇଛି। ଉଦ୍ୟମି ଦ୍ୱାରା ଉପକୃତ ହୋଇଥିବା ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି ରୋଜାଲିନ ଖୋରା। ଉତ୍କଳ ଆଲୁମିନା ତରଫରୁ ଆର୍ôଥକ ସହାୟତା ଓ ପ୍ରଶିକ୍ଷଣ ପାଇ ସେ ନିଜ ଘରୁ ବ୍ୟବସାୟ ଆରମ୍ଭ କରିଥିଲେ। ଯଦ୍ୱାରା ଉକ୍ତ ବ୍ୟବସାୟରୁ ଅର୍ଥ ଉପାର୍ଜନ କରି ପରିବାର ଚଳାଇବାରେ ସହଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। ଉଦ୍ୟୋଗ ଦ୍ୱାରା ଲାଭବାନ ହୋଇଥିବା ବ୍ୟକ୍ତି ମାସିକ ରୋଜଗାର କ୍ଷମତା ୧୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅର୍ଥାତ୍ ହାରାହାରି ୬ହଜାର ଟଙ୍କାରୁ ବୃଦ୍ଧି ହୋଇଛି । ସାଂପ୍ରତିକ ସ୍ଥିତିରେ ୧୪ ରୁ ୧୮ ହଜାର ଯାଏଁ ଟଙ୍କା ରୋଜଗାର ସେମାନେ କରିପାରୁଛନ୍ତି । ଉଦ୍ୟମୀ ପ୍ରକଳ୍ପର କେନ୍ଦ୍ର ପରିଚାଳକ ଦୈତାରି ସାମନ୍ତରାୟ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ସମସ୍ତ ଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। ପ୍ରତିଭାବାନ ଉଦ୍ୟମିଙ୍କୁ ଆର୍ôଥକ ସହାୟତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଗ୍ରାମାଚଂଳରେ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଓ ନିଯୁକ୍ତି ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଉଦ୍ୟମି ୨.୦ ପ୍ରାରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି। ୧୫୦ଟି ଗ୍ରାମରେ ସର୍ଭେ ଜରିଆରେ ନୂତନ ଉଦ୍ୟମୀଙ୍କୁ ଚିହ୍ନଟ ତଥା ଅଂଚଳରେ ଚାହିଦା ମୁତାବକ ଶ୍ରେଷ୍ଠ ଉଦ୍ୟୋଗ ଚୟନ କରି ଆଶାୟୀ ଉଦ୍ୟୋଗୀଙ୍କୁ ଯୋଗ୍ୟ ବିବେଚିତ କରି ସେମାନଙ୍କୁ ସମସ୍ତ ପ୍ରକାର ଯାନ୍ତ୍ରିକ ଓ ବ୍ୟବସାୟୀ ଭିତିିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ଉଦ୍ୟମି ପ୍ରକଳ୍ପ ଅଂଚଳରେ ନୂତନ କ୍ଷୁଦ୍ର ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିଥିବା ସ୍ଥଳେ ସ୍ଥାନୀୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଉକ୍ତ ପ୍ରକଳ୍ପ ସଫଳ ରୂପାୟନ ହେବାରୁ ଏହା ଆହୁରି ୩ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।

ଅଧିକ ପଢନ୍ତୁ