ଗତ ଅକ୍ଟୋବର ମାସରେ ହୋଇଥିବା ରାଜସ୍ଵ ନିରୀକ୍ଷକ(ଆରଆଇ), ସହକାରୀ ରାଜସ୍ଵ ନିରୀକ୍ଷକ(ଏଆରଆଇ), ଆଇସିଡିଏସ ସୁପରଭାଇଜର ଏବଂ ଅମିନ ପରୀକ୍ଷା ଦେଇଥିବା ସମସ୍ତ ପରିକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ ପାସ୍ ହୋଇଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ବୁଧବାର ଏ ନେଇ ସୂଚନା ଦିଆଯାଇଛି । କମିଶନଙ୍କ ଅନୁଯାୟୀ, ପରୀକ୍ଷାରେ କପି କରି ଧରାପଡ଼ିଥିବା ନଅ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି। ମୁଖ୍ୟ ପରୀକ୍ଷା ଲାଗି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।
