ପ୍ରକାଶ ପାଇଲା ଓଏସଏସଟିଇଟି ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୪ ବର୍ଷର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଫଳ ଆଜି ପ୍ରକାଶ ପାଇଛି। ଓଏସଏସଟିଇଟି-୨୦୨୪ ପରୀକ୍ଷାଫଳ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେଉଛି। ଏହି ୱେବସାଇଟରୁ ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ।ପ୍ରଥମେ ଓଏସଏସଟିଇଟିର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ । ସେଥିରେ ନିଜ ଇ-ମେଲ୍‌ ଆଇଡି ଏବଂ ପାସୱାର୍ଡ ଦିଅନ୍ତୁ । ଏହାପରେ ଲଗ୍‌ ଇନ୍‌ ଅଫସନ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ସ୍କ୍ରିନ୍ ରେ ଦୃଶ୍ୟମାନ ହେଉଥିବା ‘ଓଏସଏସଟିଇଟି ରେଜଲ୍ଟ ୨୦୨୫’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ ରେ ଦେଖାଯିବ । ଏହାକୁ ଆପଣ ଡାଉନଲୋଡ କରି ନିଜର ରେଜଲ୍ଟ ଦେଖିପାରିବେ ।ମୋଟ ୪୮,୦୦୧ଜଣ ପରୀକ୍ଷାର୍ଥୀ ଓଏସଏସଟିଇଟି-୨୦୨୪ ଦେଇଥିଲେ।

ଅଧିକ ପଢନ୍ତୁ

kc ads