ପ୍ରକାଶ ପାଇଲା ସ୍ବତନ୍ତ୍ର OTET ପରୀକ୍ଷା ଫଳ । ସ୍ବତନ୍ତ୍ର OTET ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ । ୪୮ ହଜାର ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାସ୍ କରିଛନ୍ତି । ଗତ ସେପ୍ଟେମ୍ବର ୨୭ ତାରିଖରେସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା । ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ । ବୋର୍ଡ ୱେବସାଇଟwww.bseodisha.nic.inରେ ରେଜଲ୍ଟ ଉପଲବ୍ଧ । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ।ଏଥର otet ପରୀକ୍ଷା ୨ ଦୁଇ ଥର ବାତିଲ ହୋଇଥିଲା। ଏବଂ ପ୍ରଶପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚାରେ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ ମାମଲାରେ ପରିଷଦର ଉପ ସଭାପତିଙ୍କ ସମେତ ଅନେକ ଅସାଧୁ କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଛନ୍ତି।
