ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ । ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା ।ଚଳିତ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ 80,324 ପରୀକ୍ଷାର୍ଥୀ (86.84 ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ତେବେ ବିଫାର୍ମାରେ ଯତନୀ ମେହେର ଟପ୍ପର୍ । ଏମବିଏରେ ଅନୁରାଗ ମିଶ୍ର ଟପ୍ପର୍ ଏବଂ ଏମସିଏରେ ଏସ୍ ସିଶେନ୍ଦ୍ରୀ ଟପ୍ପର୍ ।ହିତେଶ କୁମାର ଧଳ ଏମ୍. ଫାର୍ମା, ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର୍ । ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ.ପ୍ଲାନ ଟପ୍ପର ।
