ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ବାସହୀନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ସୁଲଭ ମୂଲ୍ୟରେ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ସଫଳ ରୂପାୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ‘ପିଏମଏୱାଇ-ଅର୍ବାନ ବନ୍ଧୁ’ (PMAY-Urban BANDHU: Beneficiary Assistance for Nurturing Development of Housing Units) କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଆର୍ଥିକ ଅନଗ୍ରସର ଶ୍ରେଣୀ (EWS) ଏବଂ ସହରାଞ୍ଚଳର ଭୂମିହୀନ ପରିବାରଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଆବାସ ସୁବିଧା ସୁନିଶ୍ଚିତ କରାଯିବ।
