ପ୍ରତ୍ୟକ ଦିବ୍ୟାଙ୍ଗ ଝିଅଙ୍କ ବିବାହରେ ୧୦ ଲକ୍ଷ ଟଙ୍କା ଦେବ ଅଦାନୀ ଗ୍ରୁପ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଗୌତମ ଅଦାନୀ କହିଛନ୍ତି ଯେ, ତାଙ୍କ ପୁଅ ଜୀତ ଏବଂ ବୋହୂ ଦିଭା ଏକ ପୁଣ୍ୟ ସଂକଳ୍ପ ସହ ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଜୀତ ଏବଂ ଦିଭା ପ୍ରତି ବର୍ଷ ୫୦୦ ଦିବ୍ୟାଙ୍ଗ ଝିଅମାନଙ୍କ ବିବାହରେ ପ୍ରତ୍ୟେକ ଝିଅଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ‘ମଙ୍ଗଳ ସେବା’ ସଂକଳ୍ପ ନେଇଛନ୍ତି।ବିବାହ ପୂର୍ବରୁ ଜିତ ଆଦାନୀ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ‘ମଙ୍ଗଳ ସେବା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହା ଅଧୀନରେ, ପ୍ରତିବର୍ଷ ସେ ୫୦୦ ନବବିବାହିତା ବିକଳାଙ୍ଗ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ। ଜିତ ଆଦାନୀ ଏବଂ ଦିବା ଶାହ ଶୁକ୍ରବାର ଅହମ୍ମଦାବାଦରେ ବିବାହ କରିବେ।ଜିତ ଆଦାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂସର ନିର୍ଦ୍ଦେଶକ। ଏହି କମ୍ପାନୀ ଭାରତର ସବୁଠାରୁ ବଡ଼ ବିମାନବନ୍ଦର କମ୍ପାନୀ। ଯାହା ୮ଟି ବିମାନବନ୍ଦର ପରିଚାଳନା ଏବଂ ବିକାଶ କରେ। ବିମାନବନ୍ଦର ବ୍ୟତୀତ, ଜିତ ଆଦାନୀ ଆଦାନୀ ଗ୍ରୁପର ପ୍ରତିରକ୍ଷା, ପେଟ୍ରୋକେମିକାଲ ଏବଂ ତମ୍ବା ବ୍ୟବସାୟ ମଧ୍ୟ ଦେଖାଶୁଣା କରନ୍ତି। ଜିତ ଆଦାନୀ ବ୍ୟକ୍ତିଗତ ଜୀବନରେ ତାଙ୍କ ମା’ ପ୍ରୀତି ଆଦାନୀଙ୍କ ଦ୍ୱାରା ଅନୁପ୍ରାଣିତ। ପ୍ରୀତି ଆଦାନୀ ଆଦାନୀ ଫାଉଣ୍ଡେସନରେ କାମ କରନ୍ତି।

ଅଧିକ ପଢନ୍ତୁ