ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ

ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଗଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଗଲା। ନୂତନ ସବକମିଟି ଗଠନ କରାଗଲା। ୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ। ଗିରିଶ୍ ମୁର୍ମୁ ଅଧକ୍ଷ,ଜିଲ୍ଲାପାଳ, ଏସପି,ସେବାୟତ ମାନେ ସଦସ୍ୟ ରହିବେ। ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି।ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେହିପରି ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଧି ସବ୍‌କମିଟି ଗଠନ କରାଯାଇଛି । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସମନ୍ୱୟ ସବ୍‌କମିଟି ଗଠନ କରାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ସୂଚନା ମିଳିଛି । ସେହିପରି ଧାଡି ଦର୍ଶନ ପାଇଁ ନୀତିକାନ୍ତି ଯେମିତି ପ୍ରଭାବିତ ହେବନି ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ମିଳିଛି । ସେହିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି । ତା ପାଇଁ ଏକ SOP କରାଯିବ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଦୀଘାରେ ଜଗନ୍ନାଥ ଧାମ୍ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ