ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ, ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି । ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ 3 D MAPPING କରାଯାଇଛି । ଅତ୍ୟନ୍ତ ସ୍ବଚ୍ଛତା ,ସାଧୁତା ଓ କଡା ସୁରକ୍ଷା ମଧ୍ୟରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ଅଳଙ୍କାର ଗୁଡିକର ହୋଇଛି ଓଜନ ଓ ଗଣତି । ସୁନା,ରୁପା ଓ ରତ୍ନକୁ ୩ ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି। ହ୍ୟାଣ୍ଡେଲିଂ ଟିମର ସଦସ୍ୟ ଭଣ୍ଡାର ମେକାପ,ବଣିଆ ଓ ଜେମୋଲୋଜିଷ୍ଟ ଚଳନ୍ତି ଭଣ୍ଡାରରେ କରିଥିଲେ ଗଣତିମଣତି,ମେଳକ। କଷଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ସହ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ବଣିଆ । ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡା ଯାଇଥିଲା। ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିଲା। ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ।

ଅଧିକ ପଢନ୍ତୁ