ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢିଲା ।

ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ ଲେଖାଇ ପାରିବେ ବୋଲି ଜଣାପଡିଛି ।। ସେହିପରି ଯଦି ନାମଲେଖା ପାଇଁ ଆସିଥିବା କଲେଜରେ ରିପୋର୍ଟ କରିପାରି ନାହାନ୍ତି ରିପୋର୍ଟ ବି କରିପାରିବେ । ଏଥିପାଇଁ Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ବୋଲି ଜଣାଯାଇଛି ।ବିଭାଗ ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସିଟ୍ ନିଶ୍ଚିତ କରିବା ଏବଂ ଅଯୋଗ୍ୟତାକୁ ଏଡାଇବା ପାଇଁ ସଂଶୋଧିତ ସମୟସୀମା ମଧ୍ୟରେ ସେମାନଙ୍କର ଆଡମିଶନ ଫର୍ମାଲିଟିଜ ସମାପ୍ତ କରିବାକୁ ଅନୁରୋଧ କରିଛି ।

ଅଧିକ ପଢନ୍ତୁ

kc ads