ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପରୀକ୍ଷଣ ଆରମ୍ଭ କରିଛି ଭାରତ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପହଞ୍ଚିବାରେ ସକ୍ଷମ ଏହି ଟ୍ରେନରେ ଗୋଟିଏ ପାସେଞ୍ଜର କୋଚ୍ ଏବଂ ହାଇଡ୍ରୋଜେନ୍ ଷ୍ଟୋରେଜ୍ ପାଇଁ ସମର୍ପିତ ଦୁଇଟି ଅତିରିକ୍ତ କୋଚ୍ ରହିଛି।

ଜର୍ମାନୀରେ ଏହି ହାଇଡ୍ରୋଜେନ୍ ଟ୍ରେନର ୨ଟି ବଗି ଟ୍ରାକରେ ଗଡୁଥିବା ବେଳେ ଅନ୍ୟ କେଉଁଠି ଏହି ଅଭିଯାନ ସଫଳ ହୋଇନି । ଏହି ହାଇଡ୍ରୋଜେନ୍ ଟ୍ରେନ ଶବ୍ଦ ପ୍ରଦୂଷଣକୁ କମ୍ କରିବ ଅର୍ଥାତ ଏହାର ହର୍ଣ୍ଣ ଖୁବ କମ୍ ଅଟେ । ତେବେ ଏହି ଟ୍ରେନ୍ ଥରକେ ୧୪୦ କିମି ଘଣ୍ଟା ପ୍ରତି ବେଗରେ ୧୦୦୦ କିଲୋମିଟର ଯାଏଁ ଚାଲିବ ।‘ହାଇଡ୍ରୋଜେନ୍ ଫର୍ ହେରିଟେଜ୍’ ପ୍ରକଳ୍ପ ଅଧୀନରେ ଭାରତୀୟ ରେଳବାଇ ଐତିହ୍ୟ ଓ ପାହାଡ଼ିଆ ମାର୍ଗରେ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି। ଭିତ୍ତିଭୂମି ବିକାଶ, ନିରବଚ୍ଛିନ୍ନ ହାଇଡ୍ରୋଜେନ ଷ୍ଟୋରେଜ୍ ଏବଂ ଇନ୍ଧନ ଯୋଗାଣ କ୍ଷମତା ସୁନିଶ୍ଚିତ କରିବା ପାଇଁ ସରକାର ୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଅଧିକ ପଢନ୍ତୁ