ପ୍ରଦୂଷଣମୁକ୍ତ ପାଇଁ ରାଜ୍ୟରେ ଆରମ୍ଭ ହେଲା ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗ୍ରାମ୍

ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ଗୁରୁବାର ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟ ସରକାର ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି।ଓଡ଼ିଶାରେ ୫୬୦ ବର୍ଗ କିଲୋମିଟର ଅଞ୍ଚଳ ବୃଦ୍ଧି ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ପାଞ୍ଚ ବର୍ଷ ଭିତରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି । ଏପରିକି ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ୱାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ରାଜ୍ୟରେ ଆରମ୍ଭ ହୋଇଛି ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗ୍ରାମ୍ । ଆଜି ବିଶ୍ବ ପରିବେଶ ଦିବସରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୋଡ଼ା, ବଡ଼ବିଲ, କେନ୍ଦୁଝର, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ରାଜଗାଙ୍ଗପୁର, ବଣାଇ, ସମ୍ବଲପୁର, ପାରାଦୀପ, ବ୍ରହ୍ମପୁର ଓ ପୁରୀରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ ।

ଅଧିକ ପଢନ୍ତୁ

kc ads