ପ୍ରଦୂଷଣ ମାମଲାରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ଏହି ୩ ସହର

ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାରି ଭିତରେ ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି ।ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି ।

ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ AQI ୩୩୬ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ଏହାପରକୁ ତୃତୀୟ ସ୍ଥାନରେ ରହିଛି ୩୦୪ AQI ସହ ବାରିପଦା ସହର ଯାହା ଦେଶର ୫ମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି ।ଏହି ୩ ଟି ସହରରେ ବାୟୁର ଗୁଣାବତ୍ତା ଅତି ଖରାପ ସ୍ଥିତିରେ ରହିଛି ।

ଅଧିକ ପଢନ୍ତୁ