ମୁନିଗୁଡ଼ା/୧୭/୭ ପ୍ରଦେଶ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବନ୍ଦ ସଂପୂର୍ଣ ସଫଳ ହୋଇଛି। ବ୍ଳକ କଂଗ୍ରେସ ସଭାପତି ନିଳାମ୍ବର ବିଭାର ଓ ବିଧାୟକ ପ୍ରତିନିଧି ମାନସ ବେହେରା ଙ୍କ ମିଳିତ ନେତୃତ୍ୱରେ ସକାଳ ୬ ଟା ରୁ ତିନି କୋଣିଆ ଛକ, ଗୋବର୍ଦ୍ଧନ ଛକ ଓ ମୁନିଖୋଲ ସମେତ ବିଭିନ୍ନ ଜାଗାରେ ଟିକେଟିଙ୍ଗ କରାଯାଇ ଟ୍ରେନ ଚଳାଚଳ ବ୍ୟତୀତ ସମସ୍ତ ଗାଡ଼ି ମଟର ବନ୍ଦ କରାଯାଇଥିଲା। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର , ବ୍ୟାଙ୍କ କାରବାର ଆଦି ବନ୍ଦ ରହିଥିବା ବେଳେ ମୁନିଗୁଡ଼ା ରୁ ଯାତାୟାତ କରୁଥିବା ସମସ୍ତ ଦୂରଗାମୀ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହି ଟିକେଟିଙ୍ଗରେ ସରପଞ୍ଚ ସରସ୍ବତୀ ଶବର, ରମେଶ ପାଲକା, ପ୍ରସାଦ ମହାଙ୍କୁଡ, ଅର୍ଜୁନ ନାୟକ, ଲାଡି ଗୌରୀ ,ଗୌରହରି ଶତପଥୀ,ଲାଡି ଏଙ୍କେଟି, ଭାଗିରଥି ନାଗ,ଭୀମରାଜୁ ସିକକା, ବାଦଲ ବେହେରା ପ୍ରମୁଖ ସହଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ମୁନିଗୁଡ଼ା ପୋଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।
