ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ନୀତି ଏବଂ ଜନସେବା ପ୍ରତି ସମର୍ପଣକୁ ସ୍ବୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ ।
ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି । ଏବେ କେନ୍ଦ୍ରୀୟ ସଚିବାଳୟର ନାମ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ ।
