ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ । କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ଼ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ଥର ମା କେ ନା୍ମ ଏକ ପେଡ କାର୍ଯ୍ୟକ୍ରମରେ ସାଢେ ୬ କୋଟି ଗଛ ଲାଗିଥିଲା। ଏଥର ଓଡ଼ିଶାକୁ ଯେଉଁ ସାଢେ ୭ କୋଟି ଲକ୍ଷ୍ୟ ଦିଆଯାଇଛି ତାକୁ ପୂରଣ କରାଯିବ। ପୁଣି ଥରେ ବୃକ୍ଷରୋପଣ କରି ମେରୀ ଲାଇଫ ପୋର୍ଟାଲରେ ସେଲ୍ଫି ଅପଲୋଡ୍ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
