ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିବ। ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ ସ୍ୱାକ୍ଷର କରିଛନ୍ତି । ପିଏମ୍ ରାହାତ (PM RAHAT) ଯୋଜନା, ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ଦ୍ୱିଗୁଣ କରି ୬ କୋଟି କରିବା ପାଇଁ ଟାର୍ଗେଟ୍ ଦିଆଯାଇଛି । ଏହି ନିଷ୍ପତ୍ତି ଅଧିନରେ କୃଷି ଭିତ୍ତିଭୂମି ପାଣ୍ଠି (ଏଗ୍ରୀକଲ୍ଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)କୁ ଦ୍ୱିଗୁଣିତ କରି ୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଅନ୍ୟପଟେ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ ୨.୦କୁ ଅନୁମୋଦନ କରିଛନ୍ତି ।
