ନରେନ୍ଦ୍ର ମୋଦୀ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଯିଏ ସର୍ବାଧିକ ସମୟ ପାଇଁ ନିରନ୍ତର ଭାବରେ ତାଙ୍କ ପଦବୀରେ ରହିଛନ୍ତି। ସେ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ୪୦୭୭ ଦିନ କାର୍ଯ୍ୟ କରିଛନ୍ତି । ଇନ୍ଦିରା ଗାନ୍ଧୀ ୧୯୬୬ ଜାନୁଆରୀ ଜାନୁଆରୀ ୨୪ରୁ ୧୯୭୭ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ କାର୍ଯ୍ୟରେ ରହିଛନ୍ତି ।ଇନ୍ଦିରାଙ୍କ ପଛରେ ପକାଇ ମୋଦି ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ।ପଣ୍ଡିତ ଜବାହରଲାଲ ନେହେରୁ ସର୍ବାଧିକ ସମୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ନିରନ୍ତର ଭାବରେ ୧୬ ବର୍ଷ ୨୮୬ ଦିନ ପାଇଁ ଏହି ପଦବୀରେ ଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ୪୦୭୮ ଦିନ ପାଇଁ ଏହି ପଦବୀରେ ଅଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୦୦୧ ରୁ ମେ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ବାଧିକ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ହୋଇ ଏକ ରେକର୍ଡ କରିଛନ୍ତି। ମୋଦି ହେଉଛନ୍ତି ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ।ସେ ହେଉଛନ୍ତି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ । ଏହାଛଡ଼ା ମୋଦି ପ୍ରଥମ ଅଣକଂଗ୍ରେସ ନେତା ଯେ, ୨ ପାଳି ଭାରତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।
