ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏହି ଶୁଭ ଅବସରରେ ବିଶ୍ବର ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଏଥିରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି। ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭକାମନା । ତାଙ୍କର ଶକ୍ତି, ଦୃଢ ସଂକଳ୍ପ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ନେତୃତ୍ୱ ନେବାରେ ତାଙ୍କ କ୍ଷମତା ପ୍ରେରଣାର ସ୍ରୋତ । ବନ୍ଧୁତା ଏବଂ ସମ୍ମାନ ସହିତ, ମୁଁ ତାଙ୍କ ସ୍ବାସ୍ଥ୍ୟ ଏବଂ ଶକ୍ତି ପାଇଁ କାମନା କରୁଛି । ଭାରତକୁ ଏକ ଉଜ୍ଜ୍ବଳ ଭବିଷ୍ୟ ଆଡକୁ ନେଇ ଆମ ରାଷ୍ଟ୍ର ସହ ସମ୍ବନ୍ଧକୁ ଆହୁରି ମଜବୁତ କରିପାରିବେ ।ଏହି ପୋଷ୍ଟ ସହିତ ମେଲୋନି ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ଉଭୟ ପ୍ରଧାନମନ୍ତ୍ରୀ ହସୁଥିବା ଦେଖିବାକୁ ମିଳୁଛି।
