ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି।ଆସନ୍ତା ୨୭ ତାରିଖ ଯାଏ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ୍‌ କରାଯାଇଥିବା ନେଇ ଆଜି ଜିଲ୍ଲପାଳ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବି ଅଧିକାରୀ ଯେଭଳି ମୁଖ୍ୟାଳୟ ନଛାଡ଼ିବେ ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ପିଏମ୍‌ଓରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଜାରି କରାଯାଇନି, ତଥାପି ମଧ୍ୟ ସମସ୍ତ ଅଧିକାରୀ ଆଲର୍ଟ ରହିବାକୁ ଆଜିର ବୈଠକରେ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital