Farmer. (File Photo: IANS)

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି ବୃଦ୍ଧି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମଏଫବିଓ୍ବାଇ)ରେ ଆବେଦନ ଅବଧି ବୃଦ୍ଧି କରାଯାଇଛି। କେବଳ ଓଡ଼ିଶାର ଚାଷୀମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟୀସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା ।

ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ ।ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ ମଧ୍ୟ ବୃଦ୍ଧି କରାଯାଇଛି । ସର୍ବାଧିକ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର କୃଷି ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୁକ୍ତଙ୍କ ପାଖକୁ ଚିଠି ଲେଖାଯାଇଛି ।

ଅଧିକ ପଢନ୍ତୁ