ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ରାହୁଲ ଗାନ୍ଧିଙ୍କୁ ଲେଖିଲା ପତ୍ର, ନେହେରୁଙ୍କ ଚିଠି ଯଥାଶୀଘ୍ର ଫେରସ୍ତ କର

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।୧୯୭୧ ମସିହାରେ ଚିଠିକୁ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଏବଂ ଲାଇବ୍ରେରୀରେ ଜମା କରାଯାଇଥିଲା । ରିପୋର୍ଟ ମୁତାବକ, ୨୦୦୮ରେ ୟୁପିଏ ସରକାର ସମୟରେ ୫୧ ବକ୍ସରେ ଲେଟରକୁ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଥିଲା । ଏହି ଚିଠିରେ ପଣ୍ଡିତ୍ ନେହରୁଙ୍କ ସମେତ ବହୁ ବଡ଼ ଐତିହାସିକଙ୍କ ନାଁ ରହିଛି । ଏଡଭିନା ମାଉଣ୍ଟବେଟନ, ଏଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପହ୍ନାଜା ନାଇଡ଼ୁ, ବିଜୟଲକ୍ଷ୍ମୀ ପଣ୍ଡିତ, ଆରୁଣା ଆସିଫ୍, ବାବୁ ଜଗତଜୀବନ ରାମ, ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ନାଁ ସାମିଲ୍ ରହିଛି ।

ଅଧିକ ପଢନ୍ତୁ