ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାଶିବ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।  ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବଡ଼ ପଣ୍ଡୁସର ପଞ୍ଚାୟତର ସରପଞ୍ଚ ବନିତା ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ସାହୁ ଯୋଗଦାନ କରିଥିଲେ ।  ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର ଏଥିରେ ସଭାପତିତ୍ୱ କରିଥିଲେ।ପୂର୍ବତନ ପ୍ରଧାନ ଶିକ୍ଷକ ଲୋକନାଥ ପାତ୍ର, ଦିବାକର ମିଶ୍ର, ସୁରେନ୍ଦ୍ର କୁମାର ଖଣ୍ଡା ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସଦାଶିବ ସାହୁ ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକଙ୍କୁ ସଂପୃକ୍ତ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ କାଦମ୍ବିନୀ ମହାପାତ୍ର,କବିତା ମହାନ୍ତି, ରଶ୍ମି ପଟ୍ଟନାୟକ, ପ୍ରଶାନ୍ତି ସାହୁ, ମଧୁସ୍ମିତା ବେହେରା, ମୀନା ସାହୁ  ପ୍ରମୁଖ ସହଯୋଗ କରିଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟ, କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗଦାନ କରିଥିଲେ।

ଅଧିକ ପଢନ୍ତୁ